ଚିତ୍ରକୋଣ୍ଡାରୁ ବିପୁଳ ବିସ୍ଫୋରକ ଜବତ | News Room Odisha

ଚିତ୍ରକୋଣ୍ଡାରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ବିଏସଏଫ ଯବାନମାନେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଆଲିଙ୍ଗପଡା ଗ୍ରାମ ପାଖର ଏକ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ମଙ୍ଗଳବାର ସୁରକ୍ଷା କର୍ମୀମାନେ କୁମ୍ବିଂ ଅପରେସନ ବେଳେ ଏସବୁ ସାମଗ୍ରୀ ଠାବ କରିବାରେ ସଫଳତା ହାସଲ କରିଛନ୍ତି। ଏଥିରେ ରହିଛି ଟିଫିନ୍ ବାକ୍ସ, ଡିଟୋନେଟର୍, ଜିଲୋଟିନ୍, ବିସ୍ଫୋରକ ତାର, ବିଦ୍ୟୁତ୍ ତାର, କାଚ ଖଣ୍ଡ, ଲାଲବାହିନୀର ୟୁନିଫର୍ମ ଆଦି। ପୋଲିସ ଓ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ ସକାଶେ ଏସବୁ ବ୍ୟବହାର କରିଥାନ୍ତେ‌ ବୋଲି ଅନୁମାନ କରାଯାଉଛି।