କଂଗ୍ରେସ କାର୍ଯ୍ୟକାରୀ କମିଟି ପାଇଁ ସଦସ୍ୟ ମନୋନୀତ କରିବେ ସଭାପତି ମଲ୍ଲିକାର୍ଜୁନ ଖଡଗେ | News Room Odisha

କଂଗ୍ରେସ କାର୍ଯ୍ୟକାରୀ କମିଟି ପାଇଁ ସଦସ୍ୟ ମନୋନୀତ କରିବେ ସଭାପତି ମଲ୍ଲିକାର୍ଜୁନ ଖଡଗେ

ରାୟପୁର – କଂଗ୍ରେସ ଷ୍ଟିୟରିଂ କମିଟି ସର୍ବସମ୍ମତିକ୍ରମେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସ କାର୍ଯ୍ୟକାରୀ କମିଟି -ସିଡବ୍ଲ୍ୟୁସିକୁ ସଦସ୍ୟ ମନୋନୀତ କରିବ । ଏଥିପାଇଁ ନିର୍ବାଚନ ହେବ ନାହିଁ।ଦଳର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ରାୟପୁରରେ ଆଜି ଆରମ୍ଭ ହୋଇଥିବା ଦଳର ବରାଦୀ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଜୟରାମ ରମେଶ କହିଛନ୍ତି ଯେ ଷ୍ଟିୟରିଂ କମିଟି ସିଡବ୍ଲ୍ୟୁସିକୁ ସଦସ୍ୟଙ୍କ ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଥିଲା। ଷ୍ଟିୟରିଂ କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ସିଡବ୍ଲ୍ୟୁସି ପାଇଁ ସଦସ୍ୟ ମନୋନୀତ କରିବାର ଅଧିକାର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ନ୍ୟସ୍ତ କରିଥିଲେ।

ବୈଠକରେ କମିଟିର ୪୫ରୁ ଅଧିକ ସଦସ୍ୟ କଂଗ୍ରେସ ସମ୍ବିଧାନରେ ବିଭିନ୍ନ ପ୍ରସ୍ତାବିତ ସଂଶୋଧନ ସମେତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।