କରୋନା ଅପଡେଟ୍‌: ଦେଶରେ ଆଉ ୧୫,୧୪୪ ଆକ୍ରାନ୍ତ ଚିହ୍ନଟ, ୧୮୧ ମୃତ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୧୫,୧୪୪ ଆକ୍ରାନ୍ତ ଚିହ୍ନଟ, ୧୮୧ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୫,୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମହାମାରୀ ମଧ୍ୟ ଆଉ ୧୮୧ ଲୋକଙ୍କ ଜୀବନ ବି ନେଇଛି । ଦେଶରେ ଏଯାବତ୍ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୫୭ ହଜାର ୯୮୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୨ ହଜାର ୨୭୪ ଲୋକଙ୍କ ମୃତ୍ୟୁ ହୋଇଛି । କରେନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଭାରତରେ କରୋନାରୁ ଏବେ ସୁଦ୍ଧା ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ଲୋକ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ମାତ୍ର ୨ଲକ୍ଷ ୮ ହଜାର ୮୨୬ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

COVID-19