ଝାରସୁଗୁଡ଼ାରେ ଚାଲିଛି ଭୋଟ ଗ୍ରହଣ : ସବୁ ବୁଥରେ ୱେବ କାଷ୍ଟିଙ୍ଗ, ମତାଧିକାର ସାବ୍ୟସ୍ତ କରୁଛନ୍ତି ୨ ଲକ୍ଷ ୨୧ ହଜାରରୁ ଅଧିକ ଭୋଟର  | News Room Odisha

ଝାରସୁଗୁଡ଼ାରେ ଚାଲିଛି ଭୋଟ ଗ୍ରହଣ : ସବୁ ବୁଥରେ ୱେବ କାଷ୍ଟିଙ୍ଗ, ମତାଧିକାର ସାବ୍ୟସ୍ତ କରୁଛନ୍ତି ୨ ଲକ୍ଷ ୨୧ ହଜାରରୁ ଅଧିକ ଭୋଟର 

ଝାରସୁଗୁଡା – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ୨ ଲକ୍ଷ ୨୧ ହଜାରରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ସମସ୍ତଙ୍କର ନଜର ଏହି ଉପନିର୍ବାଚନ ଉପରେ ରହିଛି । ପ୍ରତିଦ୍ବନ୍ଦିତା ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ହେଉଛି। ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଆସନ୍ତା ୧୩ରେ ହେବ ଭୋଟ ଗଣତି ।

ଭୋଟ ଗ୍ରହଣ ପାଇଁ ମୋଟ ୨୫୩ଟି ବୁଥ ମଧ୍ୟରୁ ପ୍ରତିଷ୍ଠା ୨୬ଟି ପିଙ୍କ୍ ବୁଥ ରହିଛି । ୧୪୪ ବୁଥରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ ହୋଇଛନ୍ତି । ସବୁ ବୁଥରେ ଶହେ ପ୍ରତିଶତ ୱେବ କାଷ୍ଟିଙ୍ଗର ବ୍ୟବସ୍ଥା କରାଯାଇଛି ।

୬୯ଟି ସ୍ଥାନରେ ୧୧୬ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୬୯ ବୁଥରେ ମାଇକ୍ରୋ ଅବଜରଭର ରଖାଯାଇଛି ।ଦିବ୍ୟାଙ୍ଗଙ୍କ ଭୋଟଦାନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।