ସୋନପୁର ଦେଶର ଦ୍ୱିତୀୟ ଉତ୍ତପ୍ତ ସହର, ରାଜ୍ୟର ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ | News Room Odisha

ସୋନପୁର ଦେଶର ଦ୍ୱିତୀୟ ଉତ୍ତପ୍ତ ସହର, ରାଜ୍ୟର ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ

ଭୁବନେଶ୍ୱର – ଫେବ୍ରୁଆରୀ ମାସରେ ହିଁ ବୈଶାଖର ତାତି ଅନୁଭୂତ ହେଲାଣି । ବୁଧବାର ସୋନପୁର ଦେଶର ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି । ସୋନପୁରରେ ବୁଧବାର ତାପମାତ୍ରା ୩୮.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ଆକୋଲା ଦେଶର ସବୁଠୁ ଉତ୍ତପ୍ତ ସହର ହୋଇଛି । ବୁଧବାର ଆକୋଲାରେ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଓଡ଼ିଶାର ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ବରରେ ତାପମାତ୍ରା ୩୭.୯ ଓ କଟକରେ ୩୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।