ବରଗଡ଼ ସହରରେ ଗୁଳିକାଣ୍ଡ, ଜଣେ ଗୁରୁତର | News Room Odisha

ବରଗଡ଼ ସହରରେ ଗୁଳିକାଣ୍ଡ, ଜଣେ ଗୁରୁତର

ବରଗଡ଼: ବରଗଡ଼ ସହର ସ୍ଥିତ ନିଶାମଣି ପଡିଆ ଠାରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେ ଗୁରୁତର ଆହତ ହୋଇ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗୁରୁତର ଜଣକ ବରଗଡ଼ ସହର ହାଟପଦା ଅଞ୍ଚଳର ଜଗନ୍ନାଥ କର୍ଣ୍ଣ ବୋଲି ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଗୁଳିମାଡ଼ କରାଯାଇଛି ଓ କିଏ କିଏ ଏହି ମରଣାନ୍ତକ ଆକ୍ରମଣରେ ସମ୍ପୃକ୍ତ ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।