ପଶ୍ଚିମାଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାପବନ, ୨୯ରେ ଆସୁଛି ଆଉ ଏକ ପଶ୍ଚିମାଝଡ ! | News Room Odisha

ପଶ୍ଚିମାଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାପବନ, ୨୯ରେ ଆସୁଛି ଆଉ ଏକ ପଶ୍ଚିମାଝଡ !

ଭୁବନେଶ୍ୱର – ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ଵର ଓ କଟକ ସହରରେ ପ୍ରବଳ ବର୍ଷା ପବନ ହୋଇଛି । ଯାଜପୁର କୋରେଇରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦୁଝର ହାଟଡିହିରେ ୫୧.୧ ଓ ବୌଦ୍ଧ କଣ୍ଟାମାଳରେ ୪୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଝଡ଼ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ୧୦ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଉତ୍ତର ଓ ଉପକୂଳ ଓଡ଼ିଶା ବିଶେଷ ଭାବେ ପ୍ରଭାବିତ ହେବ । ଏଣେ ୨୯ ତାରିଖର ଆଉ ଏକ ଆଉ ଏକ ପଶ୍ଚିମା ଝଡ଼ ରାଜ୍ୟକୁ ପ୍ରଭାବିତ କରିପାରେ । ଆସନ୍ତା ୩୦ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ୩୧ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।