ଆସନ୍ତା ୧୬ ଯାଏଁ ତାତିରୁ ନିସ୍ତାର ନାହିଁ | News Room Odisha

ଆସନ୍ତା ୧୬ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର – ଆଜି ସାରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଥିବା ବେଳେ ଏଭଳି ସ୍ଥିତି ଆସନ୍ତା ୧୬ ତାରିଖ ଯାଏଁ ଜାରି ରହିବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୫ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ରହିବ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ରାଜଧାନୀ ଭୁବନେଶ୍ଵର ସମେତ ଅନେକ ସହରରେ ତାପମାତ୍ରା ବୃଦ୍ଧି ପାଇଛି । ଭୁବନେଶ୍ୱର ଓ ଝାରସୁଗୁଡ଼ା ସହରରେ ଦିନ ୧୧ଟା ସୁଦ୍ଧା ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ଥିଲା । ଅଧିକାଂଶ ସହରରେ ତାପମାତ୍ରା ୩୫ ଡିଗ୍ରୀ ବା ଅଧିକ ରହିଛି।