ଓଡ଼ିଶା ବୋଟ୍ ନିୟମରେ ହେବ ସଂଶୋଧନ, ଚିଲିକାରେ ସୌର ଶକ୍ତି ଚାଳିତ ବୋଟ୍ ଚଳାଇବାକୁ ଯୋଜନା | News Room Odisha

ଓଡ଼ିଶା ବୋଟ୍ ନିୟମରେ ହେବ ସଂଶୋଧନ, ଚିଲିକାରେ ସୌର ଶକ୍ତି ଚାଳିତ ବୋଟ୍ ଚଳାଇବାକୁ ଯୋଜନା

ଭୁବନେଶ୍ୱର- ଓଡ଼ିଶା ବୋଟ୍‌ ନିୟମରେ ହେବ ପରିବର୍ତ୍ତନ । ଦୁଇ ମାସ ଭିତରେ କେନ୍ଦ୍ରୀୟ ଆଇନ ଢାଞ୍ଚାରେ ନୂଆ ଓଡ଼ିଶା ବୋଟ ଅଧିନିୟମ ଆସିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି ।

ନୂଆ ନିୟମ ଅନୁସାରେ ସାରା ରାଜ୍ୟରେ ଗୋଟିଏ ପ୍ରକାରର ବୋଟ ଚାଲିବ । ସମୁଦ୍ର, ନଦୀ ଓ ହ୍ରଦରେ ଚାଲିବ ଯାତ୍ରୀବାହୀ ବୋଟ। ଚିଲିକାରେ ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚାଲିବ ସୌରଶକ୍ତି ସମ୍ପନ୍ନ ବୋଟ। ଏହି ବୋଟ ଚାଲିବା ଦ୍ୱାରା ବର୍ଷକୁ ପରିବହନ ଖର୍ଚ୍ଚ ପ୍ରାୟ ୭ ଲକ୍ଷ ଟଙ୍କା ହ୍ରାସ ପାଇବ ।ଏହି ପରୀକ୍ଷଣ ସଫଳ ହେଲେ ରାଜ୍ୟର ଅନ୍ୟ ଜଳପଥରେ ଚଲାଯିବ ସୌରଶକ୍ତି ଚାଳିତ ବୋଟ୍‌। ଏନେଇ ବୋଟ୍ ମାଲିକ, ନିର୍ମାଣକାରୀ ସଂସ୍ଥାଙ୍କ ସହ ଅନ୍ୟ ଅଂଶୀଦାରଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗର ଆଲୋଚନା କରିଛି ।