ଆମେରିକାର ଡଲାସ ସହରରେ ଗୁଳିମାଡ଼, ୯ ମୃତ, ୭ ଆହତ | News Room Odisha

ଆମେରିକାର ଡଲାସ ସହରରେ ଗୁଳିମାଡ଼, ୯ ମୃତ, ୭ ଆହତ

ଡଲାସ – ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ଡଲାସ୍‌ ସହର ବାହାରେ ଗୋଟାଏ ଜନଗହଳି ଭରା ମୁକ୍ତାକାଶ ମଲ୍‌ରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୯ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୭ଜଣ ଆହତ ହୋଇଛନ୍ତି ।

ସହରର ପୋଲିସ ମୁଖ୍ୟ କହିଛନ୍ତି ଟେକ୍ସାସ୍‌ର ଏଲେନ୍‌ସ୍ଥିତ ‘ଏଲେନ୍‌ ପ୍ରିମିୟମ୍‌ ଆଉଟ୍‌ଲେଟସ୍‌’ ମଲ୍‌ରେ ଏକାକୀ ଗୁଳି ଚଳାଇଥିବା ବନ୍ଧୁକଧାରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳିମାରି ହତ୍ୟା କରିଛନ୍ତି। ଏଲେନ୍‌ ଅଗ୍ନିଶମ ବିଭାଗର ମୁଖ୍ୟ ଜନ୍‌ ବୟଡ୍‌ ମଧ୍ୟ କହିଛନ୍ତି ଯେ, ଗୁଳି ଚୋଟରେ ଆହତ ହୋଇଥିବା ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କୁ ତାଙ୍କ ବିଭାଗ ସେ ଅଞ୍ଚଳର ଡାକ୍ତରଖାନାମାନଙ୍କୁ ନେଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଛି।