ଟ୍ରକ୍ ଭିତରୁ ମିଳିଲା ୪୬ ମୃତଦେହ | News Room Odisha

ଟ୍ରକ୍ ଭିତରୁ ମିଳିଲା ୪୬ ମୃତଦେହ

ଓ୍ୱାଶିଂଟନ: ଆମେରିକାର ଟେକ୍ସାସ୍ ରାଜ୍ୟ ଉପକଣ୍ଠରେ ଥିବା ଏକ ଟ୍ରକରେ ଅତି କମରେ ୪୬ ଜଣଙ୍କର ମୃତଦେହ ମିଳିଛି। ମୃତକମାନେ ସବୁ ପ୍ରବାସୀ ଥିଲେ ବୋଲି ସନ୍ଦେହ କରାଯାଉଛି। ଏହି ଲୋକଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅତି କମରେ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଛି।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରୁ ଅନେକ ଇମର୍ଜନ୍ସି କର୍ମଚାରୀ ଏକ ବଡ଼ ଟ୍ରକ୍ ଚାରିପାଖରେ ଦେଖାଯାଉଛନ୍ତି |

ସ୍ଥାନୀୟ ଏକ ଟିଭି ଚ୍ୟାନେଲ ଅନୁଯାୟୀ ଟ୍ରକଟି ସାନ୍ ଆଣ୍ଟୋନିଓର ଦକ୍ଷିଣ-ପଶ୍ଚିମ ପାର୍ଶ୍ୱରେ ଥିବା ଏକ ରେଳ ଟ୍ରାକ୍ ନିକଟରେ ଥିଲା।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସାନ୍ ଆଣ୍ଟୋନିଓ ପୋଲିସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରୁ ପଳାଇଥିବା ଗାଡ଼ିର ଡ୍ରାଇଭରକୁ ଖୋଜୁଛନ୍ତି।

ସାନ-ଆଣ୍ଟୋନିଓ ଆମେରିକା-ମେକ୍ସିକୋ ସୀମାଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଅବସ୍ଥିତ |

ଏହି ଘଟଣା ପାଇଁ ଟେକ୍ସାସର ଗଭର୍ଣ୍ଣର ଗ୍ରେଗ ଆବଟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ସେ ଏହାକୁ ମାରାତ୍ମକ ଖୋଲା ସୀମା ନୀତିର ପରିଣାମ ବୋଲି କହିଛନ୍ତି।

ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏବାର୍ଡ କହିଛନ୍ତି ଯେ ତାଙ୍କର ଜଣେ ଅଧିକାରୀ ଘଟଣାସ୍ଥଳକୁ ଚାଲିଯାଇଛନ୍ତି। ତେବେ ପୀଡିତଙ୍କ ନାଗରିକତ୍ୱ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।