ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତର କରାଗଲା | News Room Odisha

ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତର କରାଗଲା

ନୂଆଦିଲ୍ଲୀ – ଛାତିରେ ଅସହଜ ଅନୁଭବ କରିବା ପରେ ଗତକାଲି ଆର୍ମି ରିସର୍ଚ ଓ ରେଫରାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ବୋଲି ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ୭୫ ବର୍ଷୀୟ ରାଷ୍ଟ୍ରପତି କୋବିନ୍ଦ ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିକଟରେ ସପତ୍ନୀକ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ କରିବା ସହ ପୁରୀ ମନ୍ଦିର ଯାଇ ବଡ଼ ଠାକୁରଙ୍କ ଦର୍ଶନ କରିଥିଲେ । ସେ ଓ ତାଙ୍କ ପତ୍ନୀ ପରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ ।