ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସହ ୫୩ ମୃତ, ଏବେ ବି ୧୪୦ରୁ ଊର୍ଦ୍ଧ୍ବ ନିଖୋଜ | News Room Odisha

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସହ ୫୩ ମୃତ, ଏବେ ବି ୧୪୦ରୁ ଊର୍ଦ୍ଧ୍ବ ନିଖୋଜ

ଗ୍ୟାଙ୍ଗଟକ୍ : ସିକ୍କିମ ତିସ୍ତା ନଦୀରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ଥିବା ୧୪୨ ଜଣଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଶନିବାର ବି ଜାରି ରହିଛି। ଏପର୍ଯ୍ୟନ୍ତ ବନ୍ୟାରେ ୭ ସୈନିକଙ୍କ ସହ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହାଛଡ଼ା ବନ୍ୟା ଯୋଗୁଁ ୧୨୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ଓ ୧୩ଟି ପୋଲ ଭାସି ଯାଇଛି।

ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୨,୪୧୩ ଲୋକଙ୍କୁ ବିଭିନ୍ନ ଅଞ୍ଚଳରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଏହାଛଡ଼ା ରାଜ୍ୟରେ ସ୍ଥାପିତ ୨୨ଟି ରିଲିଫ କ୍ୟାମ୍ପରେ ୬,୮୭୫ ଲୋକ ଆଶ୍ରୟ ନେଇଛନ୍ତି। ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ମଧ୍ୟ ରାଜ୍ୟରେ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଏବଂ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ତତ୍କାଳ ରିଲିଫ୍ ଘୋଷଣା କରିଛନ୍ତି।