ମଣିପୁର ହିଂସାରେ ୫୪ ମୃତ, ଅଧିକ ଫୋର୍ସ ପଠାଇଲା କେନ୍ଦ୍ର | News Room Odisha

ମଣିପୁର ହିଂସାରେ ୫୪ ମୃତ, ଅଧିକ ଫୋର୍ସ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ମଣିପୁରରେ ହିଂସାରେ ଏପର୍ଯ୍ୟନ୍ତ ୫୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ମଧ୍ୟରୁ ୧୬ଟି ଶବ ଚୁରାଚାନ୍ଦପୁର ଜିଲ୍ଲା ଡାକ୍ତରଖାନାରେ ରଖାଯାଇଥିବାବେଳେ ୧୫ଟି ମୃତଦେହ ଜବାହରଲାଲ ଇମ୍ଫାଲର ନେହେରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଅଛି । ଏହାଛଡ଼ା ଇମ୍ଫାଲ ୱେଷ୍ଟର ଲ୍ୟାମ୍ପେଲରେ ଥିବା ଆଞ୍ଚଳିକ ମେଡିକାଲ ସାଇନ୍ସ ୨୩ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟରେ ସେନା ଏବଂ ଆସାମ ରାଇଫଲ୍ସର ପ୍ରାୟ ୧୦,୦୦୦ ସୈନିକଙ୍କୁ ମୁତୟନ କରାଯାଇଛି ।

ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ବହୁ ଲୋକଙ୍କର ମୃତ୍ୟୁ ସହ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି। ତେବେ ପୋଲିସ ଏହା ନିଶ୍ଚିତ କରିନାହିଁ । ଅନ୍ୟପକ୍ଷରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମଣିପୁରକୁ ଅଧିକ ସେନା, ରାପିଡ୍ ଆକ୍ସନ୍ ଏବଂ ସିଆରପିଏଫ୍ ଫୋର୍ସ ପଠାଯାଇଛି।

ସେପଟେ ଶନିବାର ଇମ୍ଫାଲ ଘାଟିରେ ସ୍ଥିତି ସ୍ବାଭାବିକ ହୋଇଛି । ଦୋକାନ ବଜାର ଖୋଲିବା ସହ ଯାନବାହାନ ଚଳାଚଳ କରୁଛି ।