ରାୟଗଡ଼ା ଡିଏଫଓଙ୍କ ଅମାପ ସମ୍ପତ୍ତି ଠାବ | News Room Odisha

ରାୟଗଡ଼ା ଡିଏଫଓଙ୍କ ଅମାପ ସମ୍ପତ୍ତି ଠାବ

ଭୁବନେଶ୍ୱର -ଚଢାଉ ବେଳେ ରାୟଗଡା ଡିଏଫଓଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ବିଭିନ୍ନ ଠିକଣାରେ ଆଜି ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ କଟକରେ ୧.୮ କୋଟି ଟଙ୍କାର ୪ ମହଲା ଘର, ରସୁଲଗଡ଼ରେ ୩ ମହଲା ଘର ଓ ପଟିଆରେ ଗୋଟିଏ ଫ୍ଲାଟ ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ବର, ପୁରୀ, କଟକ, ଯାଜପୁରରେ ତାଙ୍କର ୮ଟି ପ୍ଲଟ ରହିଛି। ଚଢାଉ ବେଳେ ନଗଦ ୧. ୨୪ ଲକ୍ଷ ଟଙ୍କା , ଗୋଟିଏ କାର୍ ଓ ୨ଟି ବାଇକ ମିଳିଥିବା ମଧ୍ୟ ଥିବା ସୂଚନା ମିଳିଛି।