ବିଭତ୍ସ ହତ୍ୟାକାଣ୍ଡ: ଶାଶୁ ବୋହୂଙ୍କ ଗଳାକାଟି ହତ୍ୟା, ପୁଲିସର ତଦନ୍ତ ଜାରି | News Room Odisha

ବିଭତ୍ସ ହତ୍ୟାକାଣ୍ଡ: ଶାଶୁ ବୋହୂଙ୍କ ଗଳାକାଟି ହତ୍ୟା, ପୁଲିସର ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛିI ଘରେ ପସି ଶାଶୁ, ବୋହୂଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ଦ୍ବୟ ହେଲେ ବୋହୂ ଅମ୍ବିକା ମେହେର ଓ ଶାଶୁ ପ୍ରେମଶିଳା ମେହେରI ଘରେ କହିନଥିବା ବେଳେ ଦୁଇ ଜଣଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର୍ ମାରିଛି । କାହିଁକି ଓ କିଏ ଏଭଳି ଭାବେ ହତ୍ୟାକାଣ୍ଡ ଘଟାଇଲା ତାହା ଅଞ୍ଚଳରେ ଅନେକ ଚର୍ଚ୍ଚା ଜୋର ଧରିଛି । ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରୁଛି ।