ସାରାରାଜ୍ୟରେ ଗ୍ରୀଷ୍ମ ପ୍ରକୋପ : ପଶ୍ଚିମ ଓଡ଼ିଶାର ୫ଟି ସହରରେ ପାରଦ ୪୫ ଉପରେ, ସୋନପୁର ସବୁଠୁ ଉତ୍ତପ୍ତ | News Room Odisha

ସାରାରାଜ୍ୟରେ ଗ୍ରୀଷ୍ମ ପ୍ରକୋପ : ପଶ୍ଚିମ ଓଡ଼ିଶାର ୫ଟି ସହରରେ ପାରଦ ୪୫ ଉପରେ, ସୋନପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଆଜି ବି ପ୍ରଚଣ୍ଡ ରୌଦ୍ରତାପରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ଆଜି ୫ଟି ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଉପରେ ରହିଛି। ସୋନପୁର, ବୌଦ୍ଧ, ସମ୍ବଲପୁର, ହୀରାକୁଦ ଓ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଆଜି ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଉପକୂଳରେ ମଧ୍ଯ ଆଜି ପ୍ରଚଣ୍ଡ ତାତି ଅନୁଭୂତ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୪୪ ଦଶମିକ ୩ ରେକର୍ଡ କରାଯାଇଛି।
ଆହୁରି ତିନି ଦିନ ଗ୍ରୀଷ୍ମପ୍ରବାହ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜୁନ ୧୮, ୧୯, ୨୦ ତାରିଖ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିନ୍ତୁ ୨୧ରୁ ଧିରେ ଧିରେ ଗ୍ରୀଷ୍ମ ପ୍ରବାହ କମିପାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।