ସୃଷ୍ଟି ଏକାଡେମୀ ଅଫ ମ୍ୟାନେଜମେଣ୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦ ହଜାର ଟଙ୍କା ସହାୟତା | News Room Odisha

ସୃଷ୍ଟି ଏକାଡେମୀ ଅଫ ମ୍ୟାନେଜମେଣ୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦ ହଜାର ଟଙ୍କା ସହାୟତା

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ସୃଷ୍ଟି ଏକାଡେମୀ ଅଫ ମ୍ୟାନେଜମେଣ୍ଟ ତରଫରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ
ପରିବାରଙ୍କୁ ସାହଯ୍ୟାର୍ଥେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ଆଜି ଲୋକସେବା ଭବନ ଠାରେ ଏକାଡେମୀର ଉପାଧ୍ୟକ୍ଷ ଡକ୍ଟର ଉମାକାନ୍ତ ଦାଶ, ନିର୍ଦ୍ଦେଶକ ଡକ୍ଟର ଗଙ୍ଗାଧର ମିଶ୍ର ଏବଂ ବିଭାଗୀୟ ମୁଖ୍ୟ ପ୍ରଜ୍ଞା ପରିମିତା ଷଡଙ୍ଗୀ ପ୍ରମୁଖ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଡ୍ରାଫ୍ଟ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।