ଅମିତ ଶାହାଙ୍କ ବୟାନକୁ 'ଡାହାମିଛ' କହିଲେ ସ୍ବାମୀ | News Room Odisha

ଅମିତ ଶାହାଙ୍କ ବୟାନକୁ ‘ଡାହାମିଛ’ କହିଲେ ସ୍ବାମୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ।

ଅମିତ ଶାହା ସୋମବାର ଅରୁଣାଚଳ ପ୍ରଦେଶ ଗସ୍ତରେ କହିଥିଲେ ଯେ ଭାରତର ଇଞ୍ଚେ ଜାଗା ମଧ୍ୟ କେହି ନେଇପାରିବ ନାହିଁ ।

ତାଙ୍କର ଏହି ବୟାନ ନେଇ ଅମିତ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ସ୍ୱାମୀ । ଏହି ପୂର୍ବତନ ରାଜ୍ୟସଭା ସାଂସଦ ଟ୍ବିଟ୍ କରି କହିଛନ୍ତି, “ଆଜିର ଖବରକାଗଜର ମୁଖ୍ୟ ଖବର ହେଉଛି ଅମିତ ଶାହାଙ୍କ ବୟାନ – ‘ଭାରତୀୟ ସୀମା ସୁରକ୍ଷିତ ଏବଂ ଏହାକୁ କେହି ଅତିକ୍ରମଣ କରିପାରିବେ ନାହିଁ।’ ଏହା ଏକ ଡାହାମିଛ କିମ୍ବା ତାଙ୍କ ଅଜ୍ଞତା । ସେ ଗୃହମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ”

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ଏବେ ସେହି ସମୟ ଆଉ ନାହିଁ ଯେ ଭାରତର ସୀମାକୁ କେହି ବି ଅତିକ୍ରମଣ କରିବାକୁ ଚେଷ୍ଟା କରିପାରିବ। ଆଜି ଦେଶର ଇଞ୍ଚେ ଜମି କେହି ନେଇପାରିବେ ନାହିଁ ।”

ସେନା ଏବଂ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କୁ ପ୍ରଶଂସା କରି ଅମିତ ଶାହା କହିଥିଲେ ଯେ ଆଜି ସେମାନଙ୍କ ଯୋଗୁଁ ଆମ ସୀମା ଉପରେ କେହି ଆଖି ପକାଇବାକୁ ସାହସ କରିବ ନାହିଁ। ଆଜି ଆମର କେହି ଛୁଞ୍ଚି ମୁନର ଜାଗା ବି ଲଘିଂ ପାରିବ ନାହିଁ ।