ଟୋକିଓରେ ବିଜନେସ ମିଟକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆସିଲା ୨୫ ହଜାର କୋଟିର ଜାପାନୀ ନିବେଶ ପ୍ରସ୍ତାବ | News Room Odisha

ଟୋକିଓରେ ବିଜନେସ ମିଟକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆସିଲା ୨୫ ହଜାର କୋଟିର ଜାପାନୀ ନିବେଶ ପ୍ରସ୍ତାବ

ଟୋକିଓ – ପ୍ରାକୃତିକ ସମ୍ବଳ ଓ କୁଶଳୀ ମାନବ ସମ୍ବଳ ଆଦି ଯୋଗୁଁ ଓଡିଶା ଏବେ ଭାରତରେ ପସନ୍ଦର ନିବେଶ ସ୍ଥଳୀ ପାଲଟିଛି । ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଭାରତରେ ଓଡ଼ିଶା ଭାରତରେ ପସନ୍ଦର ପୁଞ୍ଜି ନିବେଶସ୍ଥଳୀ ପାଲଟିଛି । ଓଡ଼ିଶା ଏକ ପ୍ରମୁଖ ଶିଳ୍ପକେନ୍ଦ୍ରରେ ପରିଣତ ହୋଇଛି ବୋଲି ଜାପାନୀ ନିବେଶକଙ୍କୁ ପୁଞ୍ଜି ବିନିଯୋଗ ପାଇଁ ଆମନ୍ତ୍ରଣ ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ସମଗ୍ର ବଙ୍ଗୋପସାଗର ଅଂଚଳରେ ବାଣଜ୍ୟ ବ୍ୟବସାୟର ଏକ ପେଣ୍ଠସ୍ଥଳୀ ହେବାକୁ ଯାଉଛି । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ବାତାବରଣ ରହିଛି। ରାଜ୍ୟ ସରକାର ନିବେଶକାରୀଙ୍କୁ ସମସ୍ତ ସହଯୋଗ କରୁଛନ୍ତି ବୋଲି ଟୋକିଓରେ ଓଡ଼ିଶା ବିଜନେସ ମିଟକୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜାପାନରେ ଥିବା ଭାରତୀୟ ଦୂତାବାସ, ଜାପାନ ବହିର୍ବାଣିଜ୍ୟ ସଂଗଠନ-ଜେଟ୍ରୋ ଏବଂ ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି- ଫିକିର ମିଳିତ ସହଯୋଗରେ ଓଡ଼ିଶା ସରକାର ଟୋକିଓରେ ଓଡ଼ିଶା ବିଜନେସ୍ ମିଟ୍ ଟୋକିଓ ୨୦୨୩ ଆୟୋଜନ କରିଥିଲେ। ଏହି ବୈଠକରେ ଜେଟ୍ରୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କାଜୁୟା ନାକାଜୋ, ରାଜ୍ୟ ଶିଳ୍ପ ଏମସଏମଇ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେଓ, ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏବଂ ଓଡ଼ିଶା ସରକାର, ଇପିକଲ ଏବଂ ଫିକିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ବିଜନେସ ମିଟରେ ଜାପାନର ବିଭିନ୍ନ ଶିଳ୍ପରୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।

ଓଡ଼ିଶା ବିଜନେସ୍ ମିଟ୍ ମାଧ୍ୟମରେ ରାଜ୍ୟ ସରକାର ଲଜିଷ୍ଟିକ୍ସ, ଇସ୍ପାତ, ମେଟାଲ ଡାଉନଷ୍ଟ୍ରିମ୍, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ, ଗ୍ରୀନ୍ ଏନର୍ଜି ଇକ୍ୱିପମେଣ୍ଟ ଉତ୍ପାଦନ ଓ ଆଇଟି ଭଳି କ୍ଷେତ୍ରରେ ୨୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଓଡିଶା ଇନଭେଷ୍ଟର୍ସ ମିଟ୍ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୋକିଓରେ ଜାପାନର ପ୍ରମୁଖ ଶିଳ୍ପପତିଙ୍କୁ ଭେଟି ଓ୍ୱାନ୍ ଟୁ ୱ।ନ ଆଲୋଚନା କରିଥିଲେ।