ଇଡକଲ ଡେପୁଟି ମ୍ୟାନେଜରଙ୍କ ଅମାପ ଆୟ ବର୍ହିଭୂତ ସଂପତ୍ତି ଠାବ | News Room Odisha

ଇଡକଲ ଡେପୁଟି ମ୍ୟାନେଜରଙ୍କ ଅମାପ ଆୟ ବର୍ହିଭୂତ ସଂପତ୍ତି ଠାବ

ଭୁବନେଶ୍ୱର – ଚଢ଼ାଉ ବେଳେ ଇଡ୍‌କଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅମାପ ସଂପତ୍ତି ଠାବ ହୋଇଛି । ବାବୁଙ୍କ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଭିଜିଲାନ୍ସ ଟିମକୁ ବି ତାଜୁବ କରିଛି । ଗୟାଙ୍କ ୧୬ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ୪ଟି ଆକାଉଣ୍ଟରେ ରହିଛି ମୋଟ ୩ କୋଟି ଟଙ୍କା । ଅନ୍ୟ ବ୍ୟାଙ୍କରେ ଥିବା ଆକାଉଣ୍ଟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌ । ଗୟାଙ୍କ ୨ଟି ୪ ଚକିଆ, ୪ଟି ୨ ଚକିଆ ଗାଡ଼ି, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା, ଗୋଟିଏ ଗ୍ରାଣ୍ଡ ଆଇ ଟେନ ଠାବ କରିଛି ଭିଜିଲାନ୍ସ ଟିମ୍ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଆଜି ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଚଢ଼ାଉ ହୋଇଛି ।