ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ପରିଦର୍ଶନ କଲେ ୫-ଟି ସଚିବ | News Room Odisha

ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ପରିଦର୍ଶନ କଲେ ୫-ଟି ସଚିବ

ପୁରୀ- ୫-ଟି ସଚିବ ଭି.କେ ପାଣ୍ଡିଆନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମ ସୁଆଣ୍ଡୋ ଯାଇ ‘ସୁଆଣ୍ଡୋ ପ୍ରକଳ୍ପ’ ର ସମୀକ୍ଷା କରିଛନ୍ତି। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ଯ ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ସଚିବ ।

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ।ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୫-ଟି ସଚିବଙ୍କ ସହ ସୁଆଣ୍ଡୋରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ଥିଲେ।