ଦେଶରେ ଜେଏନ୍.୧ ଭାରିଆଣ୍ଟର ୬୩ ମାମଲା | News Room Odisha

ଦେଶରେ ଜେଏନ୍.୧ ଭାରିଆଣ୍ଟର ୬୩ ମାମଲା

ନୂଆଦିଲ୍ଲୀ: ଦେଶରେ ଡିସେମ୍ବର ୨୪ ସୁଦ୍ଧା ମୋଟ ୬୩ ଜେଏନ୍.୧ ଭାରିଆଣ୍ଟ ମାମଲା ରିପୋର୍ଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛି ।

ମୋଟ ୬୩ ଟି ମାମଲା ମଧ୍ୟରୁ ଗୋଆରେ ସର୍ବାଧିକ ୩୪ଟି ମାମଲା ମିଳିଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୯ଟି ଲେଖାଏଁ ମାମଲା ଚିହ୍ନଟ ହୋଇଛି । କେରଳରେ ୬ଟି ଜେଏନ୍.୧ ଆକ୍ରାନ୍ତ ମିଳିଥିବା ବେଳେ ତାମିଲନାଡୁରେ ୪ଟି ଏବଂ ତେଲେଙ୍ଗାନାରେ ୨ଟି ମାମଲା ରିପୋର୍ଟ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪,୦୫୪କୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ କେରଳରେ ଗୋଟିଏ ମୃତ୍ୟୁ ରିପୋର୍ଟ ହୋଇଛି । ଏଥିସହ ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୩୩,୩୩୪ରେ ପହଞ୍ଚିଛି ।