ନୃସିଂହନାଥ ମନ୍ଦିରରେ ସଚିବସ୍ତରୀୟ ଟିମ୍: ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ଉନ୍ନୟନ ପ୍ରକଳ୍ପର ସମୀକ୍ଷା | News Room Odisha

ନୃସିଂହନାଥ ମନ୍ଦିରରେ ସଚିବସ୍ତରୀୟ ଟିମ୍: ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ବରଗଡ : ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପରିପ୍ରେଖୀରେ ଆଜି ନ୍ରୁସିଂହନାଥ ମନ୍ଦିର ପରିଦର୍ଶନରେ ଯାଇଛନ୍ତି ସଚିବସ୍ତରୀୟ କମିଟି ! ଆଜି ମୂଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିନିଲ କ୍ରିଷ୍ନା, ୫ଟି ସଚିବ କାର୍ତ୍ତୀକେନ ପାଣ୍ତିଆନ,ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖ ଅଧିକାରୀ ଆସି ନୃସିଂହନାଥ ମନ୍ଦିର କୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ସେଠାରୁ ନୃସିଂହନାଥ ଅତିଥି ଭବନ ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ଦିର ଚର୍ତୁପାର୍ଶ୍ବର ଉନ୍ନତି ନେଇ ଆଲୋଚନା କରାଯାଇଥିଲା । ନ୍ରୁସିଂହନାଥରୁ ହରିଶଙ୍କରକୁ ରୋଫ ୱେ, ପାଇକମାଳରୁ ନୃସିଂହନାଥକୁ ୪ରି ଥାକିଆ ରାସ୍ତା, ମାର୍କେଟ କମ୍ପେକ୍ସ, ଶିଶୁ ଉଦ୍ୟାନ, ପିକନିକ୍ ସ୍ପଟ, ଝରଣାର ସୌନ୍ଦର୍ୟ୍ଯ କରଣ, ବୃହତ ଯାତ୍ରୀ ପ୍ରତୀକ୍ଷାଳୟ, ପାଇକମାଳରୁ ନୃସିଂହନାଥ ଷ୍ଟ୍ରିଟ ଲାଇଟ୍ କରାଯିବା ନେଇ ପ୍ରସ୍ତାବ ପ୍ରଶାସନ ପଖ୍ୟରୁ ଦାବି କରାଯାଇଥିଲା ।

ପାଇକମାଳ ସ୍ବାସ୍ଥ୍ଯକେନ୍ଦ୍ରକୁ ଗୋଷ୍ଟି ସ୍ବାସ୍ଥ୍ଯକେନ୍ଦ୍ର କରାଯିବା, ପାଇକମାଳକୁ ଏନ.ଏ.ସି. କରାଯିବା ପାଇଁ, ପାଇକମାଳରେ ବ୍ଲକ୍ ସ୍ଥିତ ପୁରୁଣା କାର୍ଯ୍ୟାଳୟକୁ ଜେଏମଏଫସି କୋଟ ଶିଘ୍ର କରାଯିବା, ପାଇକମାଳ ଠାରେ ଗୋଟିଏ ନୁତନ ୧୩୨/୩୩ କେଭି ଗ୍ରୀଡ ସ୍ଥାପନ କରଯିବା ନେଇ ପାଇକମାଳ ନାଗରିକ କମିଟି ଓ ପାଇକମାଳ ବିଜୁ ଜନତା ଦଳ ପକ୍ଷରୁ ଅଲଗା ଅଲଗା ଦାବିପତ୍ର ପ୍ରଦାନ କରାଯାଇଥିଲା ।