ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୩୧ରେ ନୂଆ ରାଜ୍ୟପାଳଙ୍କ ଶପଥ | News Room Odisha

ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୩୧ରେ ନୂଆ ରାଜ୍ୟପାଳଙ୍କ ଶପଥ

ଭୁବନେଶ୍ୱର – ଓଡ଼ିଶାର ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ରାଜଭବନରେ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଓଡ଼ିଶାରୁ ବିଦାୟ ନେବେ ପ୍ରଫେସର ଗଣେଶୀ ଲାଲ୍ । ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ନବନିଯୁକ୍ତ ରାଜ୍ୟପାଳ ଆସନ୍ତା ୩୧ ତାରିଖରେ ଶପଥ ନେବା ସମ୍ଭାବନା ରହିଛି। ରଘୁବର ଦାସ ଆସନ୍ତା ୨୯ରେ ଓଡ଼ିଶା ଆସିବେ । ୩୦ ତାରିଖରେ ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ।