ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣା ପରେ ନିର୍ଦ୍ଦେଶନାମା ଜାରି କଲେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ | News Room Odisha

ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣା ପରେ ନିର୍ଦ୍ଦେଶନାମା ଜାରି କଲେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ

ବ୍ରହ୍ମପୁର – ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗ ବ୍ରହ୍ମପୁର ଆଂଚଳିକ ନିର୍ଦ୍ଦେଶକ ତତ୍ପରତା ପ୍ରକାଶ କରିଛନ୍ତି । ଆଞ୍ଚଳିକ ନିର୍ଦ୍ଦେଶକ ୮ ଦଫା ସମ୍ବଳିତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା ଅନୁସାରେ ସରକାରଙ୍କ ରାଗିଂ ଗାଇଡଲାଇନକୁ କଡାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ର ଓ ଅଭିଭାବକଙ୍କ ଠାରୁ ସି-୧ ଓ ସି-୨ ଫର୍ମରେ ଅଣ୍ଡରଟେକିଂ ରଖିବା, ଆଣ୍ଟି ରାଗିଂ ସ୍କ୍ବାଡକୁ ସୁଦୃଢ କରିବା, ଯୌନ ନିର୍ଯାତନା ସେଲକୁ ସକ୍ରିୟ କରିବା, ଶୃଙ୍ଖଳା କମିଟି ଗଠନ କରିବା, ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା, ରାଗି ନେଇ ତୁରନ୍ତ ପୋଲିସକୁ ସୂଚନା ଦେବା,ରାଗିଂ କରୁଥିବା ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ବହିଷ୍କାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସବୁ କଲେଜର ଅଧ୍ଯକ୍ଷଙ୍କ ସହ ଭର୍ଚୁଆଲ ସାକ୍ଷାତ ପରେ ଆଞ୍ଚଳିକ ନିର୍ଦ୍ଦେଶକ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।