ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ: ମହିଳା ୧୦୦ ମିଟରରେ ଶ୍ରାବଣୀଙ୍କୁ ରୌପ୍ୟ, ପୁରୁଷ ୧୦୦ ମିଟରେ ନିରାଶ କଲେ ଅମୀୟ | News Room Odisha

ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ: ମହିଳା ୧୦୦ ମିଟରରେ ଶ୍ରାବଣୀଙ୍କୁ ରୌପ୍ୟ, ପୁରୁଷ ୧୦୦ ମିଟରେ ନିରାଶ କଲେ ଅମୀୟ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ସିନିୟର ଆନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତାର ଆଜି ଦ୍ୱିତୀୟ ଦିନରେ ଓଡ଼ିଶାର ତାରକା ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ମହିଳା ୧୦୦ ମିଟର ଦୌଡରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଆନ୍ଧ୍ରର ଜ୍ୟୋତି ୟରାଜ ପ୍ରଥମ ସ୍ଥାନ ହାସଲ କରିଛନ୍ତି ‌।

ଶ୍ରାବଣୀ ନନ୍ଦ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ହରିୟାଣା ର ହିମାଶ୍ରୀ ରୟ ତୃତୀୟ ସ୍ଥାନରେ ରହିଛନ୍ତି।

ପୁରୁଷ ୧୦୦ ମିଟର ଦୌଡରେ ତାମିଲନାଡୁର ବି.ଶିବ କୁମାର ଚାମ୍ପିଅନ ହୋଇଛନ୍ତି। ପଞ୍ଜାବର ହରଜିତ ସିଂହ ଦ୍ୱିତୀୟ ଓ ତାମିଲନାଡୁର କେ.ଏଲାକେୟା ଦାସନ ତୃତୀୟ ସ୍ଥାନରେ ରହିଛନ୍ତି।

ଏହି ଇଭେଣ୍ଟରେ ଓଡ଼ିଶାର ତାରକା ଧାବକ ଅମୀୟ କୁମାର ମଲ୍ଲିକ ସବାଶେଷ ସ୍ଥାନରେ ରହିଥିଲେ । ଓଡ଼ିଶାର ହିଁ ଲାଲୁ ପ୍ରସାଦ ଭୋଇ ଚତୁର୍ଥ ସ୍ଥାନରେ ରହିଥିଲେ ।