ଗଞ୍ଜେଇ ଚାଷୀଙ୍କୁ ଶୋଷଣ କରିବା ମହଙ୍ଗା ପଡିଲା, ଲାଞ୍ଚୁଆ କନେଷ୍ଟବଳଙ୍କୁ ଧରିଲା ଭିଜିଲାନ୍ସ | News Room Odisha

ଗଞ୍ଜେଇ ଚାଷୀଙ୍କୁ ଶୋଷଣ କରିବା ମହଙ୍ଗା ପଡିଲା, ଲାଞ୍ଚୁଆ କନେଷ୍ଟବଳଙ୍କୁ ଧରିଲା ଭିଜିଲାନ୍ସ

ବୌଦ୍ଧ – ଗଞ୍ଜେଇ ଚାଷୀଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଜଣେ କନଷ୍ଟେବଳ ଭିଜିଲାନ୍ସ ଜାଲରେ ପଡିଛନ୍ତି । ବୌଦ୍ଧ ଜିଲ୍ଲା ଏସ୍‌ପିଙ୍କ ସ୍ପେଶାଲ୍‌ ସ୍କ୍ୱାଡରେ ନିୟୋଜିତ କନଷ୍ଟେବଳ ହରୀଶ ଚନ୍ଦ୍ର ସାହୁ ଜିଲ୍ଲାର ବିଭିନ୍ନ ଗାଁରେ ବେଆଇନ ଭାବେ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ । ଏପରିକି ସେ ଏସ୍‌ପିଙ୍କ ନାଁରେ ଟଙ୍କା ମାଗୁଥିଲା ।

କିଛି ତଳେ କନେଷ୍ଟବଳ ହରିଶ ବଘିଆପଡ଼ା ଫାଣ୍ଡି ତେଞ୍ଜାବାଲି ଗାଁକୁ ଯାଇ ଗଞ୍ଜେଇ ଚାଷ କରୁଥିବାରୁ ୬ ଲକ୍ଷ ଟଙ୍କା ଦେବାକୁ ଗାଁ ଲୋକମାନଙ୍କୁ କହିଥିଲା। କିନ୍ତୁ ଲୋକେ ଏତେ ଟଙ୍କା ଦେବାକୁ ମନା କରିବାରୁ ହରିଶ ସେମାନଙ୍କୁ ଧମକାଇ ଥିଲା । ଏହା ପରେ ଟଙ୍କା ଦେବାକୁ ଗାଁ ଲୋକେ ରାଜି ହୋଇଥିଲେ । କିନ୍ତୁ ପରେ କନଷ୍ଟେବଳଙ୍କ କାର୍ଯ୍ୟକଳାପ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଲୋକେ । ହରୀଶଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଯୋଜନା ଅନୁସାରେ କନଷ୍ଟେବଳ ହରୀଶଙ୍କୁ ଟଙ୍କା ନେବା ପାଇଁ ଗାଁ ଲୋକେ ଆଜି ଡାକିଥିଲେ। ଡାକରା ପାଇଁ ଟଙ୍କା ଆଣିବା ପାଇଁ ଯାଇଥିଲା ହରୀଶ। ଗାଁ ଲୋକଙ୍କଠାରୁ ୬ ଲକ୍ଷ ଟଙ୍କାଧରି ଫେରୁଥିଲା ବେଳେ ବଘିଆପଡ଼ା ଫାଣ୍ଡିଠାରୁ ଅଳ୍ପ ଦୂରରେ ସାଦା ପୋଷାକରେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ହରୀଶଙ୍କୁ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍। ତା’ଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି।