ଜଗନ୍ନାଥ ସଂସ୍କୃତି ପ୍ରସାର କ୍ଷେତ୍ରରେ ଭଜନ ସମ୍ରାଟଙ୍କ ଅବଦାନ ଅତୁଳନୀୟ : ମୁଖ୍ୟମନ୍ତ୍ରୀ | News Room Odisha

ଜଗନ୍ନାଥ ସଂସ୍କୃତି ପ୍ରସାର କ୍ଷେତ୍ରରେ ଭଜନ ସମ୍ରାଟଙ୍କ ଅବଦାନ ଅତୁଳନୀୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ, ଭଜନ ସମ୍ରାଟ ଭିକାରୀ ବଳଙ୍କ ଆଜି ଜୟନ୍ତୀ । ଏହି ଅବସରରେ ଭଜନ ସମ୍ରାଟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭଜନ, ଜଣାଣ ଏବଂ ଚଉପଦୀ, ଛାନ୍ଦ, ଚମ୍ପୂ ଆଦି ଗାନ ସହ ଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସୁମଧୁର କଣ୍ଠ ଓ ଭାବପୂର୍ଣ୍ଣ ଭକ୍ତି ସଂଗୀତ ଶ୍ରୋତାଙ୍କ ହୃଦୟରେ ତାଙ୍କୁ ସର୍ବଦା ସ୍ୱତନ୍ତ୍ର କରି ରଖିବ ବୋଲି ସେ କହିଛନ୍ତି ‌।