ଅବଢ଼ା ଯୋଜନା ସମୀକ୍ଷା ବୈଠକ: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ସିସିଟିଭି କ୍ୟାମେରା | News Room Odisha

ଅବଢ଼ା ଯୋଜନା ସମୀକ୍ଷା ବୈଠକ: ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ସିସିଟିଭି କ୍ୟାମେରା

ପୁରୀ – ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ସିସିଟିଭି କ୍ୟାମେରା ଲଗାଯିବ । ଆଜି ବସିଥିବା ଅବଢ଼ା ଯୋଜନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରରେ ଏ ବର୍ଷ ଅକ୍ଟୋବର ସୁଦ୍ଧା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ ହେବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଅକ୍ଟୋବର ସୁଦ୍ଧା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଦୁଇଟି ସ୍ଥାନରେ ହେବ ୩ ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର କରାଯିବ । ଏମାରମଠ ପଛପଟେ ରଘୁନନ୍ଦନ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ । ଗୋପାଳତୀର୍ଥ ମଠ ଓ ନାରାୟଣୀ ମନ୍ଦିରର ହେବ ପୁନରୁଦ୍ଧାର ପାଇଁ ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।