ଦିଗପହଣ୍ଡି ନିକଟରେ ଦୁର୍ଘଟଣା: ବାପା ମୃତ, ପୁଅ ସମେତ ୨ ଗୁରୁତର | News Room Odisha

ଦିଗପହଣ୍ଡି ନିକଟରେ ଦୁର୍ଘଟଣା: ବାପା ମୃତ, ପୁଅ ସମେତ ୨ ଗୁରୁତର

ବ୍ରହ୍ମପୁର: ଦିଗପହଣ୍ଡି ମୁଖ୍ୟ ରାସ୍ତା ଅନଙ୍ଗପୁର ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଗୁରୁବାର ଅପରାହ୍ନରେ ହୋଇଥିବା ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଛି। ପୁଅ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଦିଗପହଣ୍ଡି ଥାନା ସିଦ୍ଧେଶ୍ଵର ଗ୍ରାମର ଅଭିମନ୍ୟୁ ବିଷୋୟୀ।

ଅଭିମନ୍ୟୁଙ୍କ ପୁଅ ଓ ବାସୁଦେବପୁର ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଅଣାଯାଇଛି।ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

ଦୁଇଟା ଯାକ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି। ଅଭିମନ୍ୟୁ ପୁଅ ସହ ମିଶି କୌଣସି କାମରେ ବାଇକ୍ ଯୋଗେ ଦିଗପହଣ୍ଡିରୁ ନିଜ ଗାଁକୁ ଫେରୁଥିଲେ। ଅନଙ୍ଗପୁର ନିକଟରେ ବିପରୀତ ପଟୁ ଆସୁଥିବା ବାସୁଦେବପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ୍ ସହ ଧକ୍କା ହୋଇଥିଲା।