ପାବାର କେନାଲରୁ ଭାସିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର | News Room Odisha

ପାବାର କେନାଲରୁ ଭାସିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ବୁର୍ଲ। ପାବାର୍ କେନାଲରେ ଭାସି ନିଖୋଜ ଥିବା ଯୁବତୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ସଂପୃକ୍ତ ଯୁବତୀ ଜଣକ ଝାରସୁଗୁଡା ଅଞ୍ଚଳର ଯୁବତୀ ନିଶା ବୋଲି ଜଣାପଡିଛି। ଗତ ମଙ୍ଗଳବାର ଦିନ ସେ ସମ୍ବଲପୁର ସହରର ଜଣେ ପିଜି ପଢୁଆ ଛାତ୍ରଙ୍କ ସହ ପାବାର କେନାଲର ସାଇଫନକୁ ବୁଲିବାକୁ ଯାଇଥିଲେ। ସାଇଫନ ଉପରେ ବସି ସେଲଫି ନେବା ସମୟରେ ଏହାର ଗେଟ ଖୋଲି ପ୍ରଖର ବେଗରେ ପାଣି ପ୍ରବାହିତ ହୋଇଥିଲା। ଏଥିରେ ନିଶାଙ୍କ ଗୋଡ ଖସି ସେ ଭାସି ଯାଇଥିଲେ।

ଅଗ୍ନିଶମ ବିଭାଗ ଏବଂ ପୁଲିସ ଗତ ଦୁଇଦିନ ଧରି ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ପାଇନଥିଲେ। ତେବେ, ଗୁରୁବାର ଅପରାହ୍ନରେ ତାଙ୍କୁ ସମ୍ବଲପୁର ସହରର ରିଂରୋଡ ମହାନଦୀ ଭିତରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ, ପୁଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି।