ଘର ଭାଙ୍ଗି ବୃଦ୍ଧଙ୍କୁ କଚାଡି ମାରିଲା ହାତୀ, ଜଣେ ମହିଳା ଗୁରୁତର | News Room Odisha

ଘର ଭାଙ୍ଗି ବୃଦ୍ଧଙ୍କୁ କଚାଡି ମାରିଲା ହାତୀ, ଜଣେ ମହିଳା ଗୁରୁତର

ସୁନ୍ଦରଗଡ଼ – ବୃଦ୍ଧଙ୍କୁ କଚାଡି ମାରିଲା ହାତୀ । ଜଣେ ମହିଳା ଗୁରୁତର ଆହତ । ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁରେ ଘଟିଛି ଘଟଣା । ଆଲାର କୁଲ୍ଲୁ ନାମକ ବୃଦ୍ଧ ଘରେ ଶୋଇଥିବା ବେଳେ ହାତୀ ଆସି ତାଙ୍କ ଘର ଭାଙ୍ଗିଥିଲା। ଆଲାର ଘରୁ ଦୌଡ଼ି ପଳାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ସେହିପରି ସାଲମି ଗିଦ୍ଧି ନାମ୍ନୀ ମହିଳା ସକାଳେ ଶୌଚ ହେବା ପାଇଁ ଯାଉଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ ଫୋପାଡ଼ି ଦେଇଥିଲା।