ଛେଳିଗଡ ଜଳସେଚନ ପ୍ରକଳ୍ପ ଅଧୀନରେ ହେବ ଭୂତଳ ପାଇପ ଜଳଯୋଗାଣ ବ୍ୟବସ୍ଥା , ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ | News Room Odisha

ଛେଳିଗଡ ଜଳସେଚନ ପ୍ରକଳ୍ପ ଅଧୀନରେ ହେବ ଭୂତଳ ପାଇପ ଜଳଯୋଗାଣ ବ୍ୟବସ୍ଥା , ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର – ଗଞ୍ଜାମ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅଧୀନରେ ଭୂତଳ ପାଇପ ଜଳଯୋଗାଣ ପାଇଁ ୧୬୦ . ୬୭ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛି କ୍ୟାବିନେଟ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ଟେଣ୍ଡରକୁ ମଞ୍ଜୁରୀ ମିଳିଛି । ୨୪ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁଥିବା ଏହି ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ୨,୭୬୦ ହେକ୍ଟର ଚାଷଜମିକୁ ସେଚ ସୁବିଧା ଯୋଗାଇବ।