ଗାଡ଼ି ଚଳାଇବା ହେଲା ମହଙ୍ଗା, ତିନି ନାବାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା | News Room Odisha

ଗାଡ଼ି ଚଳାଇବା ହେଲା ମହଙ୍ଗା, ତିନି ନାବାଳକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା

ନୟାଗଡ଼ – ନାବାଳକ ହୋଇ ଗାଡ଼ି ଚଳାଇବା ୩ ଜଣ ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନୟାଗଡରେ ଗାଡ଼ି ଚେକିଂ ବେଳେ ସେମାନେ ଧରାପଡ଼ିଛନ୍ତି । ଦୁଇ ନାବାଳକଙ୍କଠାରୁ ୨ ସ୍କୁଟି ଓ ଆଉ ଜଣଙ୍କର ହିରୋହୋଣ୍ଡା ଜବତ କରାଯାଇଛି । ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ପ୍ରତ୍ୟେକଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କୁ ୨୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନୁମତି ମିଳିବ ନାହିଁ। ଏନେଇ ନୟାଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି।