ପାଠକ ବାପ-ପୁଅଙ୍କ ବିରୋଧରେ ଆଉ ଏକ ଅଭିଯୋଗ | News Room Odisha

ପାଠକ ବାପ-ପୁଅଙ୍କ ବିରୋଧରେ ଆଉ ଏକ ଅଭିଯୋଗ

ଭୁବନେଶ୍ୱର-ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ନାଁରେ ନୂଆ ଅଭିଯୋଗ ଆସିଛି । ଭୁବନେଶ୍ୱର ଖାରବେଳ ନଗର ଥାନାରେ ସ୍କାଏ କିଙ୍ଗ୍ କଂପାନି ବାପ-ପୁଅଙ୍କ ନାଁରେ ଏତଲା ଦାୟର କରିଛି । କଂପାନି ଅଭିଯୋଗ କରିଛି ଯେ, ଟ୍ରେନ ଓ ଚାଟାର୍ଡ ବିମାନ ବୁକିଂ ବାବଦ ଅର୍ଥ ବାକି ରଖିଛନ୍ତି ଅଭୟକାନ୍ତ ଓ ପୁଅ ଆକାଶ ପାଠକ । ୬୫ ଲକ୍ଷରୁ ଅଧିକ ଟଙ୍କା ଦେଇ ନ ଥିବା ସଂପର୍କରେ ଅଭିଯୋଗ ହୋଇଛି । ବାପ-ପୁଅଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ଏହାର ତଦନ୍ତ କରୁଛି ।