ମଇ ୪ରୁ ସିବିଏସ୍ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା | News Room Odisha

ମଇ ୪ରୁ ସିବିଏସ୍ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ – ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ ପାଇଛି | ସିବିଏସ୍ଇ ଏହାର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ବୋର୍ଡ ପରୀକ୍ଷା ୨୦୨୧ର କାର୍ଯ୍ୟସୂଚୀ ପ୍ରକାଶ କରିଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସିବିଏସଇର ଡେଟସିଟ୍ ସେୟାର କରିଛନ୍ତି। ବୋର୍ଡ ୦୪ ମଇ ୨୦୨୧ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ଥିଓରୀ ପରୀକ୍ଷା ଆରମ୍ଭ କରିବ | କାର୍ଯ୍ୟସୂଚୀ ଅନୁଯାୟୀ, ୧୦ ଜୁନ୍ ୨୦୨୧ ସୁଦ୍ଧା ସିବିଏସ୍ଇ ବୋର୍ଡର ସବୁ ପେପର୍ ଶେଷ ହେବ।

CBSE