ଚେତାଇଲେ ଏମ୍‌ସ ନିର୍ଦ୍ଦେଶକ, ଦ୍ୱିତୀୟ ଲହରୀ ଶେଷ ହୋଇନାହିଁ, ତୃତୀୟ ଲହରୀ ଲୋକଙ୍କ ଆଚରଣ ଉପରେ ନିର୍ଭର | News Room Odisha

ଚେତାଇଲେ ଏମ୍‌ସ ନିର୍ଦ୍ଦେଶକ, ଦ୍ୱିତୀୟ ଲହରୀ ଶେଷ ହୋଇନାହିଁ, ତୃତୀୟ ଲହରୀ ଲୋକଙ୍କ ଆଚରଣ ଉପରେ ନିର୍ଭର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ କମିନଥିବା ବେଳେ ତୃତୀୟ ଲହରୀର ସମ୍ଭାବ୍ୟ ବିପଦ ମଧ୍ୟରେ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଏବେ ଶେଷ ହୋଇନାହିଁ । ତୃତୀୟ ଲହରୀ ଆସିବ ନା ନାହିଁ ତାହା ଲୋକଙ୍କ କୋଭିଡ୍ ନିରୋଧୀ ଆଚରଣ ଉପରେ ନିର୍ଭର କରୁଛି ।

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅଧୀନରେ ସିଆଇଏସ୍‌ଏଫ୍ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରି ଡଃ ଗୁଲେରିଆ କହିଛନ୍ତି ଯେ, ଲୋକେ ଯଦି କୋଭିଡ୍ ନିୟମ ସଠିକ୍ ପାଳନ କରିବେ ତେବେ ତୃତୀୟ ଲହରୀର ପ୍ରକୋପ୍ କମ୍ ରହିବ । ଲୋକଙ୍କୁ ବୁଝିବା ଉଚିତ ଯେ, ଭାରତରେ ଏବେ ଦ୍ୱିତୀୟ ଲହରୀ ସଂକ୍ରମଣ ଶେଷ ହୋଇନାହିଁ । ଏବେ ବି ଦେଶରେ ୪୦ ହଜାରରୁ ଊର୍ଦ୍ଧ୍ୱ ଦୈନିକ ମାମଲା ପଞ୍ଜିକୃତ ହେଉଛି । ସମସ୍ତଙ୍କୁ କୋଭିଡ୍ ନିୟମ ପାଳନ କରିବା ଉଚିତ । ଯଦି କୋଭିଡ୍ ନିୟମର ସଠିକ୍ ପାଳନ ହୁଏ ତେବେ ଦେଶରେ ଆଉ ଏକ ଲହରୀକୁ ରୋକା ଯାଇପାରିବ ।

AIIMS director Randeep GuleriaCOVID-19COVID-19 3rd Wave