ତାମ୍ପରା ହ୍ରଦରେ ବୁଡିଗଲା ଦେଶୀ ଡଙ୍ଗା : ଭାଉଜ ମୃତ, ନଣନ୍ଦ ଆହତ | News Room Odisha

ତାମ୍ପରା ହ୍ରଦରେ ବୁଡିଗଲା ଦେଶୀ ଡଙ୍ଗା : ଭାଉଜ ମୃତ, ନଣନ୍ଦ ଆହତ

ଛତ୍ରପୁର – ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦରେ ଏକ ଦେଶୀ ଡଙ୍ଗା ବୁଡିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ଛତ୍ରପୁର ହୁମର ଗାଁର ପୁଷ୍ପା ବେହେରା ଓ ତାଙ୍କ ନଣନ୍ଦ ବନୀ ବେହେରା ଏକ ଦେଶୀ ଡ଼ଙ୍ଗାରେ ତାମ୍ପରା ହ୍ରଦ ପାର୍‌ ହୋଇ ଜଙ୍ଗଲରୁ କାଠ ଆଣିବାକୁ ଯାଇଥିଲେ। ଅପରାହ୍ନରେ କାଠ ଧରି ହ୍ରଦ ପାର ହୋଇ ଘରକୁ ଫେରୁଥିଲା ବେଳେ ହ୍ରଦ ମଝିରେ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ହ୍ରଦରେ ବହୁ ଖୋଜାଖୋଜି କରି ବହୁ ଭାଉଜ ପୁଷ୍ପା ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲେ। ନଣନ୍ଦ ବନି ବେହେରାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।