ଯାଜପୁର ରୋଡ୍ ଷ୍ଟେସନରେ ରେଳ ୱାଗନ ମାଡ଼ିଯାଇ ୬ ଶ୍ରମିକଙ୍କ ମୃତ୍ୟୁ, ବିଭାଗୀୟ ତଦନ୍ତ ଆରମ୍ଭ | News Room Odisha

ଯାଜପୁର ରୋଡ୍ ଷ୍ଟେସନରେ ରେଳ ୱାଗନ ମାଡ଼ିଯାଇ ୬ ଶ୍ରମିକଙ୍କ ମୃତ୍ୟୁ, ବିଭାଗୀୟ ତଦନ୍ତ ଆରମ୍ଭ

ଯାଜପୁର – ଯାଜପୁର ରୋଡ୍ ଷ୍ଟେସନ ର ସେଫଟି ଲାଇନରେ ଦୀର୍ଘ ଦିନ ଧରି ଛିଡା ହୋଇଥିବା ମାଲବାହୀ ଟ୍ରେନ୍‌ ୱାଗନ ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବର୍ଷା ପବନ ହେବାରୁ କିଛି ଶ୍ରମିକ ୱାଗନ ତଳେ ଆଶ୍ରୟ ନେଇଥିଲେ । ହଠାତ୍ ୱାଗନ ଗଡିଯିବାରୁ ଶ୍ରମିକମାନେ ବାହାରି ପାରିନଥିଲେ। ୩ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଜଣେ ଗୁରୁତର ଏବେ ଚିକିତ୍ସାଧୀନ ଅଛନ୍ତି। ଏଣେ ଏହି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ଡିଭିଜନାଲସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ସିପିଆରଓ ବିଶ୍ୱଜିତ ସାହୁ କହିଛନ୍ତି।

ସିପିଆରଓଙ୍କ କହିବା ଅନୁସାରେ ଯାଜପୁର ରୋଡ୍ ଷ୍ଟେସନରେ ପ୍ରାୟ ୧୦ଟି ୱାଗନ ଅଟକି ରହିଥିଲା। ଏଥିରେ ରେଳ ଟ୍ରାକ୍‌ ମରାମତି ନିମନ୍ତେ କିଛି ପଥର ବୋଲ୍ଡର ଓ ଅନ୍ୟ ସାମଗ୍ରୀ ରହିଥିଲା। ଏହାକୁ ରୋକି ରଖିବାକୁ ଜାମ୍ ଦିଆଯାଇଥିଲା। ହେଲେ ପ୍ରବଳ ପବନରେ କିପରି ୱାଗନ ଗଡ଼ିଲା, ତାହା ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ୍ ଡିଆରଏମ୍, ସେପ୍ଟି ଅଫିସର, ଆପିଏଫ୍‌ର ଅଧିକାରୀ ଓ ରେଳ ବିଭାଗର ଅନ୍ୟ ଅଧିକାରୀମାନେ ପହଞ୍ଚିଛନ୍ତି।