ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦକ୍ଷେପ : ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୁପଣ ପ୍ରକ୍ରିୟା ଆରମ୍ଭ  | News Room Odisha

ପଦ୍ମପୁର ଜିଲ୍ଲା ଗଠନ ପାଇଁ ପଦକ୍ଷେପ : ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୁପଣ ପ୍ରକ୍ରିୟା ଆରମ୍ଭ 

ପଦ୍ମପୁର – ସାକାର ହେବ ପଦ୍ମପୁରବାସୀଙ୍କ ସ୍ୱପ୍ନ । ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୁପଣ ପାଇଁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିସନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଆଜି ପଦ୍ମପୁର ପରିଦର୍ଶନ କରିଛନ୍ତି। ଉତ୍ତରାଞ୍ଚଳ ଆରଡିସି ଚିରୋଲି କାର୍ଯ୍ୟାଳୟ, ଅନ୍ବେଷା ହଷ୍ଟେଲ ପଡ଼ିଆ ଓ ବରିକେଲରେ ଜାଗା ଚିହ୍ନଟ ସହ ସମୀକ୍ଷା ମଧ୍ୟ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ, ଅନ୍ୟ ସମସ୍ତ କାର୍ଯ୍ୟାଳୟ ଓ ସରକାରୀ କ୍ବାର୍ଟର ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଦୃଷ୍ଟିରୁ ଚିହ୍ନଟ ସ୍ଥାନଗୁଡ଼ିକ କେତେ ଉପଯୁକ୍ତ ସେ ନେଇ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଆରଡିସି।

ଜିଲ୍ଲାପାଳ କାର୍ଯ୍ୟାଳୟଙ୍କ ସ୍ଥାନ ନିରୂପଣ ପାଇଁ ୧୧ ଜଣିଆ କମିଟିରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା, ଉପଜିଲ୍ଲାପାଳ ଆଲୋକ ପଟେଲ, ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ପୂର୍ତ୍ତ ଡିଭିଜନ ବରଗଡ, ଅଧୀକ୍ଷଣ ଯନ୍ତ୍ରୀ (ଗ୍ରାମ୍ୟ ଉନ୍ନୟନ ବିଭାଗ ପଦ୍ମପୁର), ସିଡିଏମ୍‌ (ପିଏଚ ବରଗଡ), ତହସିଲଦାର (ପଦ୍ମପୁର), ଅଧୀକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ବରଗଡ଼), ନିର୍ବାହୀ ଯନ୍ତ୍ରୀ (ପିଏଚ ବରଗଡ଼), ପଦ୍ମପୁର ଏନଏସିର ନିର୍ବାହୀ ଅଧିକାରୀ ରହିଛନ୍ତି। ବିଷଦ ଆଲୋଚନା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।