ଅସୁସ୍ଥ ତେଜସ୍ଵିନୀଙ୍କୁ ବିଏସକେୱାଇ ସହାୟତା, ଏମ୍ସରେ ଚାଲିଛି ସୁପର ସ୍ପେସିଆଲିଷ୍ଟ ଚିକିତ୍ସା | News Room Odisha

ଅସୁସ୍ଥ ତେଜସ୍ଵିନୀଙ୍କୁ ବିଏସକେୱାଇ ସହାୟତା, ଏମ୍ସରେ ଚାଲିଛି ସୁପର ସ୍ପେସିଆଲିଷ୍ଟ ଚିକିତ୍ସା

ଭୁବନେଶ୍ଵର – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଗ୍ରାମ ନିବାସୀ ବିଭୁଧେନ୍ଦ୍ର ପ୍ରତାପ ଦାସଙ୍କ ଅସୁସ୍ଥ ଶିଶୁ କନ୍ୟା ତେଜସ୍ଵିନୀଙ୍କୁ ମିଳିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତା ।

ତାଙ୍କର ଅସୁସ୍ଥତା ବିଷୟ ଗଣମାଧ୍ୟମରୁ ଜାଣିବା ପରେ ଚିକିତ୍ସା ସହାୟତା ପାଇଁ ରାଜ୍ୟ ବିଏସକେୱ।ଇ ଟିମ୍ ତରଫରୁ କ୍ଷେତ୍ରସ୍ତରୀୟ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା । ଏହାପରେ ସ୍ଵତନ୍ତ୍ର ହେଲଥ ଟିମ୍ ସମ୍ପୃକ୍ତ ଗ୍ରାମକୁ ଯାଇ ତେଜସ୍ଵିନୀଙ୍କ ସମ୍ପର୍କୀୟ ଓ ପିତାମାତାଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ପରିବାରକୁ ୧୭୦୭୦୮୧୧୪୧୮ ନମ୍ବର କାର୍ଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅନ୍ତର୍ଭୁକ୍ତ କରାଯାଇଛି । ଚିକିତ୍ସା ପାଇଁ କାର୍ଡରେ ମଧ୍ୟ ଆବଶ୍ୟକ ଅର୍ଥ ମହଜୁଦ ଅଛି ।

ବର୍ତ୍ତମାନ ତେଜସ୍ଵିନୀଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲର ହେମାଟୋଲୋଜି ବିଭଗରେ ଚିକିତ୍ସା କରାଯାଉଛି । ଚିକିତ୍ସା ପାଇଁ ଆବଶ୍ୟକୀ ଅର୍ଥ କାର୍ଡ ମାଧ୍ୟମରେ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ତେଜସ୍ଵିନୀଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି । ସେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ବିଏସକେୱାଇ ଟିମ୍ ତରଫରୁ ଆଶା ପ୍ରକଟ କରାଯାଇଛି ।