କଟକ ସହରର ସେରୋସର୍ଭେ ରିପୋର୍ଟ, ୪୬ ଦଶମିକ ୩୯ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି | News Room Odisha

କଟକ ସହରର ସେରୋସର୍ଭେ ରିପୋର୍ଟ, ୪୬ ଦଶମିକ ୩୯ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି

ଭୁବନେଶ୍ୱର- କଟକ ସହରରେ ୪୬ ଦଶମିକ ୩୯ ପ୍ରତିଶତ ଲୋକଙ୍କଠାରେ କୋଭିଡ ଆଂଟିବଡି ଅଛି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କଠାରେ କୌଣସି ଲକ୍ଷଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ କୁହାଯାଇଛି । କଟକ ସହରରେ ସେରୋସର୍ଭେ ରିପୋର୍ଟ ନେଇ ପ୍ରେସମିଟରେ ଆରଏମଆରସି ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ଯେ, ଅଧିକାଂଶ ଅଳ୍ପ ବୟସ୍କ ଲୋକଙ୍କଠାରେ ଆଂଟିବଡି ମିଳିଛି । କଟକ ସହରରେ ୨ ହଜାର ୨୭୪ ଜଣଙ୍କଠାରୁ ନମୁନା ପରୀକ୍ଷା ହୋଇଥିଲା । ୨୫ଟି ୱାର୍ଡରୁ ୧ ହଜାର ୬୩୪ ଓ ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ନମୁନା ପରୀକ୍ଷା କରାଯାଇଥିଲା ।

Cuttack