ପ୍ରୋ ଲିଗ୍ ହକି : ବିଶ୍ୱ ଚାମ୍ପିଅନ ଜର୍ମାନୀକୁ ହରାଇଲା ଭାରତ | News Room Odisha

ପ୍ରୋ ଲିଗ୍ ହକି : ବିଶ୍ୱ ଚାମ୍ପିଅନ ଜର୍ମାନୀକୁ ହରାଇଲା ଭାରତ

ରାଉରକେଲା – ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ବିଶ୍ୱ ଚାମ୍ପିଅନ ଜର୍ମାନୀକୁ ହରାଇଛି ଭାରତ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୨ ଗୋଲରେ ବିଜୟୀ ହୋଇଥିଲା । ବିଜୟ ସହ ଭାରତ ୩ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ପାଇଛି ।

ଆଜିର ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା । ୩୦ତମ ମିନିଟରେ ହରମନପ୍ରୀତ ସିଂହ ଭାରତ ପକ୍ଷରୁ ପ୍ରଥମେ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ମ୍ୟାଚର ୩୨ ତମ ମିନିଟରେ ସୁଖଜିତ ସିଂହ ଗୋଲ ସ୍କୋର କରି ଭାରତକୁ ୨-୦ରେ ଆଗୁଆ କରିଥିଲେ। ୪୩ତମ ମିନିଟରେ ସୁଖଜିତ ଆଉ ଗୋଟିଏ ଗୋଲ ଦେଇଥିଲେ। ୩-୦ରେ ଆଗୁଆ ରହିଥିଲା ଭାରତ । ତେବେ ମ୍ୟାଚରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା ଜର୍ମାନୀ। ୪୫ ତମ ମିନିଟରେ ପଲ୍ ଫିଲିପ କୈ।ଫମାନ ଗୋଟିଏ ଗୋଲ ପରିଶୋଧ କରିଦେଇଥିଲେ ।

୫୮ ତମ ମିନିଟରେ ଏସ. ମିସେଲ ଜର୍ମାନୀ ପକ୍ଷରୁ ଦ୍ୱିତୀୟ ଗୋଲ୍ ସ୍କୋର କରିବାରୁ ଚାପରେ ରହିଥିଲା ଭାରତ । କିନ୍ତୁ ଭାରତୀୟ ରକ୍ଷଣପନ୍ଥୀ ସଂଯମର ସହ ଖେଳି ଆଉ କୈ।ଣସି ଗୋଲ୍ ହେବାକୁ ଦେଇ ନଥିଲେ । ୩-୨ ଗୋଲରେ ଭାରତ ମ୍ୟାଚକୁ ଜିତିଥିଲା । ଦୁଇଟି ଗୋଲ ସ୍କୋର କରିଥିବା ସୁଖଜିତ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।