ବାହାନଗା ଟ୍ରେନ ଦୁର୍ଘଟଣାର ମୃତକଙ୍କ ପାଇଁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ନୀରବ ପ୍ରାର୍ଥନା | News Room Odisha

ବାହାନଗା ଟ୍ରେନ ଦୁର୍ଘଟଣାର ମୃତକଙ୍କ ପାଇଁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ନୀରବ ପ୍ରାର୍ଥନା

ଲଣ୍ଡନ – ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ପୂର୍ବରୁ ଦୁଇ ଦଳର ଖେଳାଳି ଓଡ଼ିଶା ଟ୍ରେନ ଟ୍ରାଜେଡିରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି। ଦୁଇ ଦଳର ଖେଳାଳୀମାନେ କଳାପଟି ପିନ୍ଧିଛନ୍ତି।

ଗତ ଶୁକ୍ରବାର ସଂଧ୍ୟାରେ ବାଲେଶ୍ଵର ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣା ସାରାବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏଥିରେ ଏ ଯାଏଁ ୨୮୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।