କଟକରେ ପୁଣି ଅପମିଶ୍ରିତ ସାମଗ୍ରୀ ଜବତ | News Room Odisha

କଟକରେ ପୁଣି ଅପମିଶ୍ରିତ ସାମଗ୍ରୀ ଜବତ

କଟକ – କଟକରେ ପୁଣି ମିଳିଲା ଅପମିଶ୍ରିତ ଓ ନକଲି ସାମଗ୍ରୀ । ଏଥର କଟକ ମାଲଗୋଦାମ ଅଞ୍ଚଳରୁ ମିଳିଛି ନକଲି ସାମଗ୍ରୀ। କଟକ ମହାନଗର ନିଗମ – ସିଏମସି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରି ନକଲି ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ସହ ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରିଛି । ପ୍ରାୟ ୩ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ସାମଗ୍ରୀ ଜବତ ହୋଇଛି। ବି. ପାଣ୍ଡବ ନାମକ ଜଣେ ବ୍ୟକ୍ତି ଏହି ନକଲି ସାମଗ୍ରୀ କାରବାର କରୁଥିବା ଜଣାପଡିଛି। ମାଲଗୋଦାମ ଗୁଡସେଡ୍‌ ଅଞ୍ଚଳରେ ଥିବା ଏକ ଦୋକାନରୁ ନକଲି ସାମଗ୍ରୀ ଜବତ କରିବା ସହ ଦୋକାନକୁ ସିଲ କରିଛି ସିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ।