ଧରାପଡିଲେ ଫେରାର କନିଷ୍ଠ ଯନ୍ତ୍ରୀ, ବିଭିନ୍ନ ଠିକଣାରେ ଚଢ଼ାଉରୁ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ | News Room Odisha

ଧରାପଡିଲେ ଫେରାର କନିଷ୍ଠ ଯନ୍ତ୍ରୀ, ବିଭିନ୍ନ ଠିକଣାରେ ଚଢ଼ାଉରୁ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର – ଭିଜିଲାନ୍ସ ଟିମକୁ ଦେଖି ଘରୁ ଲୁଚି ପଳାଇଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଶେଷରେ ଧରାପଡ଼ିଛନ୍ତି। ଭୁବନେଶ୍ୱର ଜାଗମରା ସ୍ଥିତ ତାଙ୍କ ଘରେ ଚଢ଼ାଉ ପାଇଁ ଆସିଥିବା ଭିଜିଲାନ୍ସ ଟିମକୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା। ସେଠାରେ ସେ ପ୍ରାୟ ୯ ଘଣ୍ଟା ଲୁଚି ରହିବା ପରେ ଅପରାହ୍ନ ପ୍ରାୟ ଦେଢ଼ଟା ପରେ ସେଠାରୁ ବାହାରିଛନ୍ତି।

ପଡ଼ୋଶୀଙ୍କ ଘରୁ ଭିଜିଲାନ୍ସ ଅଧିକାରୀମାନେ ସୁନୀଲଙ୍କୁ କାବୁ କରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ଠିକଣାରେ ଚଢ଼ାଉ କରି ଭିଜିଲାନ୍ସ ସୁନୀଲ ପାଢୀ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ବିପୁଳ ସମ୍ପତ୍ତି ଠାବ କରିଛନ୍ତି। ଏ ପର୍ଯ୍ୟନ୍ତ ହୋଇଥିବା ଚଢାଉରୁ ଭୁବନେଶ୍ୱର ଜାଗମରାରେ ଆନୁମାନିକ ୧ କୋଟି ୧୦ ଲକ୍ଷ ଟଙ୍କାର ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲା ଆସ୍କାରେ ଏକ ମାର୍କେଟ କମ୍ପ୍ଲେକ୍ସ, ନଗଦ ୩ ଲକ୍ଷ ୪୦ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଗାଡି ଓ ଚାରୋଟି ଦୁଇ ଚକିଆ ଗାଡି, ବିଭିନ୍ନ ବ୍ୟାଙ୍କରେ ୧୭ଟି ଆକାଉଣ୍ଟ, ବୀମା, ଡାକ ଓ ଅନ୍ୟ ଡିପୋଜିଟ୍ , ଜମି ଓ ପ୍ଲଟ ଆଦି ଠାବ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଛି।