କ୍ୟାବିନେଟ ନିଷ୍ପତି : ପୁରୀରେ ହେବ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ, ଯାଜପୁରରେ ୫୦୦ ଶଯ୍ୟାର ହସପିଟାଲ୍‌ | News Room Odisha

କ୍ୟାବିନେଟ ନିଷ୍ପତି : ପୁରୀରେ ହେବ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ, ଯାଜପୁରରେ ୫୦୦ ଶଯ୍ୟାର ହସପିଟାଲ୍‌

ଭୁବନେଶ୍ୱର- ପୁରୀରେ ୬୫୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ କଲେଜ ସ୍ଥାପନ ହେବ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ମଂଜୁରୀ ମିଳିଛି ।

ଏଥିପାଇଁ ଏଲ୍ ଆଣ୍ଡ୍ ଟିର ୨୨୪.୫୬ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି । ୩ ବର୍ଷରେ ପୁରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ହେବ । ଏହାଛଡା ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୫ ଶହ ବେଡ୍ ବିଶିଷ୍ଟ ହସପିଟାଲ ନିର୍ମାଣ ହେବ ।

ଏଥିପାଇଁ ଏଲ୍ ଆଣ୍ଡ୍ ଟିର ୪୨୬. ୫୧ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି । ଯାଜପୁରରେ ବି ୩ ବର୍ଷ ମଧ୍ୟରେ ନିର୍ମାଣ କାମ ଶେଷ କରିବ କଂପାନି ।

Chief Minister Naveen Patnaik