କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା : କଟକ ବାରବାଟୀରୁ ଲଢ଼ିବେ ମହମ୍ମଦ ମୋକିମଙ୍କ ଝିଅ  | News Room Odisha

କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା : କଟକ ବାରବାଟୀରୁ ଲଢ଼ିବେ ମହମ୍ମଦ ମୋକିମଙ୍କ ଝିଅ 

ଭୁବନେଶ୍ୱର – ରାଜ୍ୟର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୨ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି। ବାରିପଦା ଓ ଖଣ୍ଡପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମଙ୍କୁ ଟିକେଟ ମିଳିଛି । ଖଣ୍ଡପଡ଼ାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି ନିର୍ବାଚନ ଲଢ଼ିବେ। ସମ୍ବଲପୁର ଲୋକସଭା ଆସନରେ ବିଜେଡିରୁ ଆସିଥିବା ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ପୂର୍ବରୁ ଏଠାରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିଲା ଦଳ ।

ନୂଆ ପ୍ରାର୍ଥୀଙ୍କ ମଧ୍ୟରେ କଟକ ବାରବାଟୀରୁ ବିଦାୟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆଇନଗତ କାରଣରୁ ମୋକିମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ପାଇଁ ଏଆଇସିସିକୁ ସୁପାରିସ କରାଯାଇଥିଲା। ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡ଼ଚଣାରୁ ଅଜୟ ସାମଲ, ପାଲଲହଡ଼ାରୁ ଫକୀର ସାମଲ, ଜଗତସିଂହପୁର ଆସନରୁ ପ୍ରତିମା ମଲ୍ଲିକ କଂଗ୍ରେସର ବିଧାନସଭା ପ୍ରାର୍ଥୀ ହେବେ ।

କଟକ ଲୋକସଭା ଆସନରୁ ଦଳ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେହିପରି ନିକଟରେ ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିବା ନଗେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଟିକେଟ ପାଇଛନ୍ତି।