ଆଉ ଜଣେ ଚିକିତ୍ସାଧୀନ ଯାତ୍ରୀଙ୍କ ମୃତ୍ୟୁ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି  | News Room Odisha

ଆଉ ଜଣେ ଚିକିତ୍ସାଧୀନ ଯାତ୍ରୀଙ୍କ ମୃତ୍ୟୁ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି 

କଟକ – ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି। କଟକ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସାହିଲ ମନସୁର ଓ ସେ ବିହାରର ବାସିନ୍ଦା ବୋଲି ସୂଚନା ମିଳିଛି । କଟକ ଏସସିବିରେ ସେ ଚିକିତ୍ସାଧୀନ ଥିଲେ । କଟକ ଏସ୍‌ସିବି ଟ୍ରମା ଆଇସିୟୁରେ ମନସୁରଙ୍କ ଚିକିତ୍ସା ଚାଲିଥିଲା ।

ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି। ଘଟଣା ସ୍ଥଳରେ ୨୮୮ ଏବଂ ଏସ୍‌ସିବିରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।